ଭିଜିଲାନ୍ସ ଜାଲରେ ଅବକାରୀ ASI: ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍

କଟକ ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ନୟାଗଡ଼ ଓ ବାଲୁଗାଁର ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।

ସୂଚନା ମୁତାବକ, ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ଏଏସଆଇ। ଏକକାଳୀନ ୪ଟି ସ୍ଥାନରେ ବାଲୁଗାଁ ସର୍କଲ ଅବକାରୀ ଅଫିସ, ନୟାଗଡ଼ର ଆବାସିକ ଘର ଏବଂ ଏକ ଭଡ଼ା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ୪ଜଣ DSP, ୬ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।