ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରୁ ଚାଲାଣ ହେଉଥିଲା ଗୋମାଂସ । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା ।
ଏ ନେଇ ଗୋସେବା ପରିଷଦ ପକ୍ଷରୁ ଜିଆରପି ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଜିଆରପି ପୋଲିସ ଓ ଆରପିଏଫ୍ ମିଳିତ ଭାବେ ପ୍ୟାକେଟକୁ ଜବତ କରିଥିଲେ । ଏହାପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା । ଏଥିସହ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି , ଆଉ କେଉଁ ମାନେ ଏଥିରେ ସାମିଲ ରହିଛନ୍ତି , ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।