ଭୟଙ୍କର ସଡ଼କ ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ

ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫଳରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗୁଜୁରାଟରୁ ୟୁପି ଯାଉଥିବା ଏକ ଯାତ୍ରୀ ଭରା ବସ୍ ପଛ ପଟକୁ ଧକ୍କା ଦେଇଥିଲା ଟ୍ରକ୍। ଏହି ବସ୍ ଉତ୍ତରପ୍ରଦେଶର ମଥୁରାକୁ ଆସି ଆଗ୍ରା-ଜୟପୁର ରାଜପଥରେ ନଦବଇ ନିକଟରେ ଅଟକି ରହିଥିଲା।

ଖବର ଅନୁସାରେ, କିଛି ଯାତ୍ରୀ ରାଜସ୍ଥାନର ପୁଷ୍କରରୁ ଉତ୍ତର ପ୍ରଦେଶ ବୃନ୍ଦାବନକୁ ଏକ ବସ୍ ଯୋଗେ ଯାତ୍ରା କରୁଥିଲେ। ଅନ୍ତରା ଫ୍ଲାଏଓଭର ନିକଟରେ ଇନ୍ଧନ ସରିଯିବାରୁ ସେହିଠାରେ ବସ୍ ଅଟକି ରହିଥିଲା। ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଗାଡିରୁ ଓହ୍ଲାଇ ଫ୍ଲାଏଓଭର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନକୁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।