ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ମକରାପଲ୍ଲୀ ଗ୍ରାମରେ ମା ମହାମାୟୀ ଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ମକରା ପଲ୍ଲୀ ଗ୍ରାମ ରେ ମହାମାୟୀ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୭ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ମହାମାୟୀ ଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାକି ଗ୍ରାମବାସୀ ଙ୍କ ସ୍ବପ୍ନ ପୂରଣ ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବିଜେଡ଼ି ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସ୍ଥାନୀୟ ସରପଞ୍ଚ ସାରସଧର ସାହୁ, ସମିତି ସଭ୍ୟା ସୁଷମା ଦଳବେହେରା , ପୂର୍ବତନ ସରପଞ୍ଚ ହାଡ଼ିବନ୍ଧୁ ସାମନ୍ତରାୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ କଳସ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରିଥିଲେ । ଦଶପଲ୍ଲା ବିକାଶର ବିନ୍ଧାଣି ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଆଜି ବିକାଶ କ୍ଷେତ୍ରରେ ଯୋଡିହେଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମକରାପଲ୍ଲୀ । ଅଞ୍ଚଳର ଦୀର୍ଘ ଦିନର ଯେଉଁ ସ୍ବପ୍ନ ଥିଲା ତାହା ପୂରଣ ହୋଇଥିବାରୁ ସମସ୍ତ ଙ୍କ ମନରେ ଆନନ୍ଦ ଖୁସିର ଲହରୀ ଖେଳି ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଶ୍ରୀ ବେହେରାଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇବା ସହ ଉଚ୍ଚ ପ୍ରଶଂସା କରିଥିଲେ ।