• ସମ୍ବର୍ଦ୍ଧିତ ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସମାଜସେବୀ ଓ ସାମ୍ବାଦିକ ।
• କଳାକୁ ସମ୍ମାନ ଓ କଳାକାରଙ୍କୁ ସୁଯୋଗ ଦେବାର ମଞ୍ଚ ମହାନଗର ମହୋତ୍ସବ ; ବ୍ରହ୍ମପୁର ଏସପି ।
ବ୍ରହ୍ମପୁର, ୬/୫ (ଅଭିଜିତ କର): ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ଠାରେ ଚାଲିଥିବା ମହାନଗର ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଦୀର୍ଘ ୧୧ ଦିନ ଧରି ଚାଲିଥିଲା ଏହି ମହୋତ୍ସବ। କମିଟିର ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ଗୋପାଳ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ଅନ୍ତିମ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ ୧୧ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଆୟୋଜକଙ୍କୁ ଧନ୍ୟବାଦ ଦେବା ସହ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ଏଭଳି ମହୋତ୍ସବର ଆବଶ୍ୟକତା ଥିବା ମତ ରଖିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଓଡିଶା କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍, ଅନ୍ତର୍ଜାତୀୟ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ଅନ୍ତର୍ଜାତୀୟ ଉଦଘୋଷିକା ସୁଦୀପ୍ତା ପାଣିଗ୍ରାହୀ, ଇଞ୍ଜିନିୟର ଉମା ଶଙ୍କର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡ.ଜଗନ ମହୋନ ମହାପାତ୍ର, ପ୍ରମୋଦ ପଣ୍ଡା, ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ଦେବହରି ବେହେରା ମହାନଗର ଉପ ସଭାପତି ମିହିର ତ୍ରିପାଠୀ, ସୁଦୀପ ସାହୁ, ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମହାନଗର ମହୋତ୍ସବର ଅନ୍ତିମ ତଥା ଶେଷ ସନ୍ଧ୍ୟାରେ ଖଲିକୋଟ କଲେଜ ପଡ଼ିଆ ପରିସରରେ ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ଶେଷ ସାଂସ୍କୃତିକ ସନ୍ଧ୍ୟାରେ ସକାଳ ଓ ନନ୍ଦିଘୋଷ ଗ୍ରୁପ ପକ୍ଷରୁ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରୀ ଶ୍ରୀ ମା ନାରାୟଣୀ ଦାସ କାଠିଆ, ଫୁଲଟାକୁ “ସକାଳ” ସମ୍ମାନ ବିଜେତା ଭାବେ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବ୍ରହ୍ମପୁରକୁ କଳିଙ୍ଗ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ବ୍ରହ୍ମପୁର ଏସପିଙ୍କୁ ସକାଳ ପକ୍ଷରୁ ବେଷ୍ଟ ପୋଲିସ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ମହୋତ୍ସବର ଅନ୍ତିମ ସାଂସ୍କୃତିକ ସନ୍ଧ୍ୟାର ପ୍ରାରମ୍ଭରେ ବିଭିନ୍ନ କଳାକାରଙ୍କ ଦ୍ଵାରା ଆଧୁନିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ ବ୍ରହ୍ମପୁର ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଉଦଘୋଷକ ଭାବେ ଶିବାନନ୍ଦ ବାରିକ ଓ କାହ୍ନୁ ରାଉତ ରହିଥିବା ବେଳେ ମଞ୍ଚ ପରିଚାଳନା ଡ଼.ମିହିର ତ୍ରିପାଠୀ କରିଥିଲେ । ପରିଶେଷରେ କମିଟି ସଦସ୍ୟ ସତ୍ୟ ଚେତନ ପରିଡା ଓ ଅସିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ଚିଙ୍କୁ ପ୍ରତିନିଧି, ଅନନ୍ତ ରାମ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।