ବାଲୁଗାଁ,23/09:ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲା ଅଭିଯୁକ୍ତ l ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଂଚଳରରେ lଗତକାଲି ରାତି 9.10ମିନିଟ୍ ସମୟରେ ଧୂଆଁଳ ଗ୍ରାମର କୁଳମଣୀ ମହାପତ୍ରଙ୍କ ପତ୍ନୀ ଲଷ୍ମୀପ୍ରିୟା ମହାପାତ୍ର ଘରକୁ ଚାଲି ଚାଲି ଆସୁଥିଲେ l ଏହି ସମୟରେ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁଅ ସାଜିଦ ଖାନ @ପାପା ଖାନ ଲଷ୍ମୀପ୍ରିୟାଙ୍କୁ ବିଚ୍ ରାସ୍ତାରେ ଅଟକାଇ ପ୍ରେମ ସମ୍ପର୍କ ରଖିବା ପାଇଁ ବାଧ୍ୟ୍ୟ କରିଥିଲେ l କିନ୍ତୁ ଲଷ୍ମୀପ୍ରିୟା ଏଥିରେ ରାଜି ନ ହେବାରୁ ସାଜିଦ ଖାନ୍ ତାଙ୍କୁ ଜୀବନରେ ମାରି ଶେଷ କରିଦେବି ବୋଲି କହି ହତ୍ୟା ଧମକ ଦେଇଥିଲେ l
ଏ ବାବଦରେ ଲଷ୍ମୀପ୍ରିୟା ବାପା ବସନ୍ତ ସାହୁ ଏବଂ ସ୍ୱାମୀ କୁଳମଣି ମହାପାତ୍ରଙ୍କୁ ଅବଗତ କରାଇଥିଲେ ଏବଂ ଉକ୍ତ ଘଟଣାକୁ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ଅଭିଯୁକ୍ତକୁ ଗିରଫ କରି ବାଲୁଗାଁ ଥାନା କେସ ନମ୍ବର-247/23, ଅନୁଯାୟୀU/S-341/354(B)/354(D)/506 IPC ଦଫାରେ ଅଭିଯୁକ୍ତକୁ ଚିଲିକା କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବାଲୁଗାଁ ଥାନା ଆଇ.ଆଇ.ସି. ଶ୍ରୀପରିଡା l