ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଆସିକା : ଆସିକା ଥାନା ଅନ୍ତର୍ଗତ ଗୌଡ଼ଗୋଠ ଗ୍ରାମର ଜଣେ ମହିଳାଙ୍କୁ ଉକ୍ତ ଗ୍ରାମର ଚିତ୍ରସେନ ନାହାକ ଦୁଷ୍କର୍ମ କରିଛନ୍ତି l ଏନେଇ ଆସିକା ଥାନାରେ ମହିଳା ଜଣକ ଏକ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗ କୁ ଭିତ୍ତି କରି ଆସିକା ପୋଲିସ କେସ ନମ୍ବର ୫୭୦/୨୩ ଧାରା ୪୫୨,୩୭୬,୫୦୬,୩୪ ଆଇ ପି ସି ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରି ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଛି l ପ୍ରକାଶ ଥାଉକି ଆସିକା ଥାନା ଗୌଡ଼ଗୋଠ ଗ୍ରାମରେ ମହିଳା ଜଣକ ରୁହନ୍ତି ତାଙ୍କ ସ୍ୱାମୀ କେରଳରେ ଦାଦନ ଖଟେ ଗତ ୧୯ ତାରିଖ ଦିନ ମହିଳା ଜଣକ ତାଙ୍କ ନିଜ ଘରେ ଶୋଇଥିବା ସମୟରେ ରାତି ୧୧.୩୦ ସମୟରେ ଉକ୍ତ ଗ୍ରାମର ଚିତ୍ରସେନ ନାହାକ ଘରେ କେହିନଥିବାର ସୁଯୋଗ ଦେଖି ମହିଳା ଜଣକଙ୍କ ଘରେ ପଶି ତାଙ୍କୁ ଟଣା ଓଟରା କରିବା ସହ ଜୋର ଜବରଦସ୍ତ ଧର୍ଷଣ କରିଥିଲେ l

ଘରୁ ଗଲାବେଳେ ଯଦି ଏକଥା କାହାକୁ କହିବୁ ତୋତେ ଜୀବନରୁ ମାରିଦେବାର ଧମକ ଦେଇଥିଲା l ଚିତ୍ରସେନ ଘରୁ ଗଲାପରେ ଏ ଘଟଣା ସମର୍କରେ ମହିଳା ଜଣକ ତାଙ୍କ ଶ୍ୱଶୁର ଓ ଗ୍ରାମବାସୀଙ୍କୁ ଜଣାଇବା ପରେ ଚିତ୍ରସେନ ର ବଡ ଭାଇ ସୁଦର୍ଶନ ନାହାକ ଏକ ଦେଶୀ ବନ୍ଧୁକ ଧରି ମହିଳା ଜଣକ କୁ ଡରାଇ କହିଥିଲା ଯଦି ଏକଥା ଥାନାରେ କହିବୁ ତେବେ ତୋତେ ଜୀବନରୁ ମାରିଦେବି l ଏଘଟଣା ଭୟଭୀତ ହୋଇ ମହିଳା ଜଣକ ଦୁଇ ଦିନ ପରେ ଅର୍ଥାତ ୨୧ ତାରିଖରେ ଆସିକା ଥାନାରେ ଅଭିଯୋଗ କରିଥିଲା l ଅଭିଯୋଗ କୁ ଭିତ୍ତି କରି ପୋଲିସ ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି ସ୍ୱରୂପ କିଶନ ସୂଚନା ପ୍ରଦାନ କରିଛନ୍ତି l