ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ

କଟକ: ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୪ ସସ୍‌ପେଣ୍ଡ । କଟକ ସେଣ୍ଟ୍ରାଲ ରେଡକ୍ରସ୍ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍ ସସ୍‌ପେଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ୪ ଜଣଙ୍କୁ ସସ୍‌ପେଣ୍ଡ କଲେ ରକ୍ତଭଣ୍ଡାର ନିର୍ଦ୍ଦେଶକ । ଗତ ୨୯ ତାରିଖରେ ଜଣେ ରେଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା । ଏ ପଜିଟିଭ୍ ବଦଳରେ ବି ପଜିଟିଭ୍ ରକ୍ତ ଦିଆଯାଇଥିଲା । ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।