ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା, ଆଜିଠୁ ତାଲିମ

ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବା ସହ ଏବେ ଠାରୁ ତାଲିମ ମଧ୍ୟ ଦିଆଯିବ । ରାଜ୍ୟ ବନ ବିଭାଗ ନିଜ ପକ୍ଷରୁ ବାଘ ଗଣନା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ଗଣନାକାରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏହାର ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି। ସୂଚନା ମୁତାବକ , ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ତାଲିମ ଦିଆଯିବ । ୮ଟି ସର୍କଲରୁ ଜଣେ ଲେଖାଏଁ ଏ .ସି . ଫ . ଓ ବା (ACFO) ଙ୍କୁ ତାଲିମ ଦିଆଯିବ। ଏଥିପାଇଁ ବେଙ୍ଗାଳୁରୁ ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି। ପ୍ରଥମେ ମାଷ୍ଟରଟ୍ରେନରଙ୍କୁ ତାଲିମ ଦିଆଯିବା । ପରେ ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ ।