ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ଏଥିଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ଲଗାତାର ଭାବେ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୪ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଖୋଲା ଯାଇଛି । ମୁଣ୍ଡଳୀରୁ ୭ ଲକ୍ଷ ବନ୍ୟା ଜଳ ପ୍ରବାହିତ ହେଉଛି । ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ରହିଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ କରାଯାଇଛି । ବଲାଙ୍ଗୀର , କଳାହାଣ୍ଡି, ବୌଦ୍ଧ, ଓ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ତେଣୁ ସେଠାରୁ ଏସବୁ ପାଣି ଆସୁଛି । ଲଗାତାର ଭାବେ ସ୍ଥିତି ଉପରେ ନଜର ରଖାଯାଇଛି ।