ରାଜ୍ୟ ସରକାରଙ୍କ ନିଷ୍ପତ୍ତି; ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ

ରାଜ୍ୟ ସରକାର ଏହି ନିଷ୍ପତ୍ତି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିଛନ୍ତି। ଯେଉଁଥିରେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲେଖ ନାହିଁ । ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇଆସୁଛି। ଏହାରି ଭିତରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ।

ସୂଚନା ଅନୁଯାୟୀ, ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନି। ଅନ୍ତିମଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ସେହିବର୍ଷ ବିଜୁ ଛାତ୍ର ଜନତା ଦଳ ୯୫ ପ୍ରତିଶତ କ୍ୟାମ୍ପସରେ ବିଜୟ ହୋଇଥିବା ବେଳେ ଏବିଭିପି ୬୦ ପ୍ରତିଶତ ଓ ଛାତ୍ର କଂଗ୍ରେସ ୬୪ ପ୍ରତିଶତ କ୍ୟାମ୍ପସରେ ବିଜୟ ଲାଭ କରିଥିଲା। ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ ଦିନ ଛୁଟି ରହିଛି । ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିଛନ୍ତି ।