ଆସିକା- ରାସ୍ତା ସାରା ଖାଲଖମା, କୋଉଁଠି ଡିମା ଡିମା ପଥର ଉଠିଛି ତ ପୁଣି କେଉଁଠି ପାଣି ଜମିରହିଛି । ରାସ୍ତାରେ ଗାଡ଼ିଗଲେ ପାଖରେ ସାଇଟ ହେବାକୁ ବି ଭୟ ଲାଗୁଛି । କାଳେ ରାସ୍ତାରେ ବିଛାକାଇଥିବା ପଥର ଛିଟିକି ପଦିବ । ପୁଣି ଗାଡି ଗଲେ ଯେଉଁ ଧୁଳି ଉଡିଛି ତାହା ଏବେ ରାସ୍ତା କତରେ ଥିବା ଦେକାନ ବଜାର ଓ ଘର ଦ୍ଵାରରେ ପସୁଛି । ଏହି ସବୁ ସମସ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଧିରେ ଧିରେ ଅସନ୍ତୋଷ ଦାନା ବାନ୍ଧିଲାଣି। ଭଞ୍ଜନଗର ପୁତ ବିଭାଗ ଅଧିନ ଗାଙ୍ଗପୁର ଓ ସୋରଡା ସେଲୁନର ମଙ୍ଗଳପୁର ଠାରୁ ଭାୟା ଜାହାଡା ଦେଇ ସୋରଡା ପର୍ଯ୍ୟନ୍ତ ୨୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨୫ କୋଟିରୁ ଉଦ ଟଙ୍କା ବ୍ୟୟରେ ଦୁଇ ବର୍ଷ ପୂର୍ବେ ବିଭାଗ ପକ୍ଷରୁ ଟେଣ୍ଟର କରାଯାଇଥିଲା ।
ବ୍ରହ୍ମପୁର ସାମନ୍ତରାୟ କନଷ୍ଟ୍ରାକ୍ସନକୁ ଟେଣ୍ଡର ଦିଆଯାଇଥିଲା । ବିଭାଗର ଚୁକ୍ତି ମୁତାବକ ଅଳବର ୨୦୨୨ ସୁଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିଲା । ହେଲେ ସେହି ସମୟ ମଧ୍ୟରେ କାମ ଶେଷ ନ ହେବାରୁ ଏବେ କାମ ଶେଷ କରିବାର ସମୟକୁ ୨୦୨୪ ପର୍ଯ୍ୟନ୍ତ ପଢ଼ାଯାଇଛି । ହେଲେ ବିଳମ୍ବରେ ଆରମ୍ଭ ହୋଇଥିବା ରାସ୍ତା କାମର ଏକ ଛି ୩୦ ପ୍ରତିଶତ ଶେଷ ହୋଇନାହିଁ । ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ଯାଇଛି, ପଥର ମୋଳା ୩୦ ପ୍ରତିଶତ ଶେଷ ହୋଇନାହିଁ । ବିଭିନ୍ନ ସ୍ଥାନରେ ରାସ୍ତା ଖୋଳ ଯାଇଛି, ପଥର ମୋଜ ପକାଯାଇଛି ପୁଣି କେଉଠାରେ ଶଙ୍ଖ ଭଙ୍ଗାଯାଇଛି ହେଲେ। ୬ ମାସ ହେବ ଆଉ କିଛି ରାସ୍ତା କାମ ଆଗକୁ ବଢୁନି । ଫଳରେ ପ୍ରତିଦିନ ଏହି ରାସ୍ତା ଉପରେ ଗମନା ଗମନ ପାଇ ନିର୍ଭର କରୁଥିବ। ବ୍ୟବସାୟି ଛାତ୍ରଛାତ୍ରି, ସାଧାରଣ ବାଟୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଠିକା ସଂସ୍ଥା। ବିଭାଗର ସମସ୍ତ ନିୟମ ଉଲଂଘନ କରି ରାସ୍ତା ଖୋଳି ଖାଲ ଖମା ସାଙ୍ଗକୁ ଡାଇର୍ଭଶନ କରି ପୁରା ରୋଡକୁ ନଷ୍ଟ କରିଦେଇଛି । ଯାହା ଫଳରେ ଆସିକାରୁ ଝାହାଡା ଦେଇ ସୋରଡା ଯିବା ଆସିବା କରୁଥିବା ୩୦ ଖଣ୍ଡରୁ ଉଦ୍ଦ ଗାଁର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାନ ବାହାନ ଯିବାତ ଦୁରର କଥା ଚାଲିଯିବା ବି ସମ୍ଭବ ହେଉ ନାହିଁ । କାର୍ଯ୍ୟରେ ବିଳମ୍ବ ଓ କାମ ନିମ୍ନ ମାନର ହେଉଥିବା ନେଇ ସ୍ଥାନିୟ ଅଂଚଳ ବାସି ବିଭାଗକୁ ଓ ଜିଲ୍ଲା ପ୍ରସାଶନକୁ ବହୁବାର ଗୁହାରି କରିବା ପରେ ବି କୌଣସି ସୁଫଳମିଳିନି । ରାସ୍ତା ସାରା ମୋଳା ବିଛା ଯାଇଥିବା ବେଳେ ଉପରେ ପଡିଥିବ। ସୁରୁସୁ ବର୍ଷ। ରେ ଧୋଇ ହୋଇ ଗଲାଣି । ତେଣୁ ଏବେ କେବଳ ମୋଳା ଗୁଡିକ ରାସ୍ତାରେ ପଡି ରହିଥିବାରୁ ଗାଡିମଟର ଯିବା ଆସିବାରେ ସମସ୍ୟା ହେଉଛି ।
ଗାତି ଯିବା ପରେ ଧୁଳି ଉଡ଼ି ରାସ୍ତ କତରେ ଥିବା ଘର ଦାନ ଓ ଦୋକାନ ବାଡିରେ ପଶୁଛି । ଜରୁରି ସମୟରେ ଆଖପାଖ ଗାଁକୁ ଆମୁଲାକୁ ଆସିବାରେ ସମସ୍ୟା ହେଉ ଥିବାରୁ ଲୋକେ ଅନ୍ୟ ରାସ୍ତାରେ ବୁଲି ବୁଲି ମେଡିକାଲ ଯାଉଛନ୍ତି । ତେଣୁ ଦିର୍ଘ ୬ ମାସରୁ ଉଦ୍ଦ ସମୟ ଧରି ଅଭପନ୍ତରିଆ ଭାବରେ ପଡିଥିବା ରାସ୍ତା କାମ ଶଘ୍ର ଶେଷ କରିବ। ପାଇ ଅଂଚଳ ବାସି ଦାବି କରିଛନ୍ତି ଏପଟେ ରାସ୍ତା କାମରେ ବିଳମ୍ବ ନେଇ ଆମେ ବିଭାଗୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ ଏହା ବିଷରେ ଠିକା ସଂସ୍ଥା ସହ ଆଲୋଚନା କରି ଖୁବ୍ ଶିଘ୍ର ରାସ୍ତା କାମ ଶେଷ କରିବା। ପାଇ ପଦକ୍ଷପ ନେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଠିକା ସଂସ୍ଥା ବାରମ୍ବାର କହିବ। ପରେ ମଧ୍ୟ କିଛି ସୁଣୁନାହିଁ । ତଥାପି ତାଙ୍କୁ ନୋଟିସ ଦିଆ ଯାଇଛି ଆଉ ଦୁଇ ଚାରି ଦିନ ମଧ୍ୟରେ କାମ ଆରମ୍ଭ ହେବ । ହେଲେ ଏପରି ଦିନ ପରେ ଦିନ ଗଢୁଥିବ। ବେଳେ ବାୟୁ କାମ କେବେ ଶେଷ ହେବ ତାଜାକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି ।