ପୋଲିସ ଗାଡିରେ ରିଲ୍ସ କରି ଫସିଲେ ସୋସିଆଲ ମିଡିଆ ଲୋକପ୍ରିୟ ଚେହରା ପାୟଲ ପରମାର । ଆଉ ଯୁବତୀଙ୍କୁ ପୋଲିସ ଗାଡି ଦେଇ ଫସିଛନ୍ତି ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ । ଯୁବତୀଙ୍କୁ ପୋଲିସ ଗାଡି ଦେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ପୋଲିସ ଗାଡି ଉପରେ ବସି ଜଣେ ଯୁବତୀ ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଗାଡି ଉପରେ ବସି ଅଶ୍ଳୀଳ ଇଙ୍ଗିତ କରୁଥିବା ନଜର ଆସିଛନ୍ତି । ଏହି ମାମଲାରେ ଜଳନ୍ଧର ପୋଲିସର ଆୟୁକ୍ତ କୁଲଦୀପ ଚହଲ ଷ୍ଟେସନ ହାଉସ ଅଫିସର ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି ।