ପୁଣି ସାପ କାମୁଡ଼ାରେ ଗଲା ଆଉ ଦୁଇ ଜୀବନ । ସାପକାମୁଡ଼ାରେ ମାଆ ଝିଅଙ୍କ ଜୀବନ ଯାଇଛି । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ନିକଟରେ ।
ସୂଚନା ଅନୁସାରେ ,ଏହି ସାହିର ସୁଖମନି ମୁଣ୍ଡା ଓ ତାଙ୍କର ୨ ବର୍ଷର ଶିଶୁ କନ୍ୟା ଗତକାଲି ରାତିରେ ଖାଇପିଇ ଶୋଇପଡ଼ିଥିଲେ । ହେଲେ ହଠାତ ଗୋଟେ ବିଷାକ୍ତ ସାପ ଆସିକି ଉଭୟ ମାଆ ଓ ଝିଅଙ୍କୁ କାମୁଡ଼ିଦେଲା । ସକାଳୁ ସକାଳୁ ମାଆ ଓ ଶିଶୁକନ୍ୟା ଦୁହେଁ ଅସୁସ୍ଥ ହୋଇପଡ଼ିଥିଲେ ।ଘଟଣାସ୍ଥଳରେ ହିଁ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ମାଆକୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣା ଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସାରା ଅଂଚଳରେ ଏକ ଶୋକର ଛାୟା ଖେଳିଯାଇଛି । ଏବେ ରାଜ୍ୟରେ ସାପକାମୁଡ଼ା ସୀମା ପାର କରିଦେଲାଣି । ପ୍ରତିଦିନ ସାପ କାମୁଡ଼ାରେ ଅନେକ ଲୋକଙ୍କର ଜୀବନ ଯାଉଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।