ସଂକଳ୍ପ ସିନିୟର ସେକେଣ୍ଡେରୀ ସ୍କୁଲର ପ୍ରତିଷ୍ଠା ଉତ୍ସବରେ ଗୁରୁ ଦିବସ ପାଳିତ ।

ବ୍ରହ୍ମପୁର, ୫/୯ (ଅଭିଜିତ କର): ସଂକଳ୍ପ ସିନିୟର ସେକେଣ୍ଡେରୀ ବିଦ୍ୟାଳୟ ରାଲବରେ ଗୁରୁ ଦିବସ ଅବସରରେ ୧୬ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଛି । ଉକ୍ତ ସମାହୋରରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ଜେ ସୋଜାଲ୍ ଯୋଗଦେଇ ଥିବାବେଳେ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶରତ ଚନ୍ଦ୍ର ଚୌଧୁରୀ, ଇଂ ଟି. ଗଣେଶ, ଆଇନଜୀବୀ ଦୂର୍ଗା ପ୍ରସାଦ, ଜେ ସୁରେଶ ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ କମିଶନର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା କଠିନ ପରିଶ୍ରମ ଓ କୌତୁହଳ ପ୍ରିୟ ହେବା ଭଳି ଦୁଇଟି ମୂଳ ମନ୍ତ୍ର ଦେଇଥିଲେ । ସେହିପରି ଶ୍ରୀ ଶରତ ଚନ୍ଦ୍ର ଚୌଧୁରୀ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଓ ମେଧାବୀ ହେବାକୁ ପ୍ରେରଣା ଦେଇଥିଲେ । ସେହିପରି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଇ.ଟି. ରାଓ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ଜିଜ୍ଞାସା ପ୍ରବୃତ୍ତି ହେବା ନିମନ୍ତେ ମନ୍ତ୍ର ଦେଇଥିଲେ ।

ଏହି ଅବସରରେ ନିର୍ଦ୍ଦେଶକ ସାର୍ଥକ, ସିଇଓ ମ୍ୟାଡାମ୍ ସ୍ବର୍ଣ୍ଣଲତା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟ ସମ୍ମାନିତ ସଦସ୍ୟଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଭବିଷ୍ୟତ ଗଠନ କରୁଥିବା ଶିକ୍ଷକ ମାନଙ୍କୁ ବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସରେ ସଂଜିତ କରାଯାଇଥିଲା । ଏହି ଉତ୍ସବରେ ଉତ୍ସର୍ଗୀକୃତ ଶିକ୍ଷକ ଏବଂ ୨୦୨୨ – ୨୩ ବୋର୍ଡ ପରୀକ୍ଷାରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ଦକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ପ୍ରଶଂସା ସହ ପୁରସ୍କାର ବଣ୍ଟନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ଉପ ପ୍ରଧାନ ଆଚାର୍ଯ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ପରି ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାମାଜିକ ସୁରକ୍ଷା ବାର୍ତ୍ତା ଅନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଯାହା ଅତିଥି ମାନଙ୍କୁ ଅତି ଆକର୍ଷଣୀୟ ରହିଥିଲା ।