ଆସିକା – ଆସିକା ବ୍ଲକ ଭେଟନଇ ପଞ୍ଚାୟତ ଅଧୀନ କୋଟିନାଡ଼ା ଥାନା ଅନ୍ତର୍ଗତ ବଡଖୋଲି ନିକଟରେ ଗତକାଲି ରାତିରେ ଗୋଟିଏ ଅଟୋ ଭାରସାମ୍ୟ ବିଲ ମଧ୍ୟକୁ ଚାଲି ଯିବାରୁ ଦୁର୍ଘଟଣା ଘଟି ପୁଅ ଆଗରେ ଚାଲିଗଲା ବାପାର ଜୀବନ l ପ୍ରକାଶ ଥାଉକି ଗତକାଲି ନୟାଗଡ ଜିଲ୍ଲା ଓଡ଼ଗାଁ ଥାନା କୁରୁଳା ଗ୍ରାମର ବେହେରା ସାହିର ମୃତ ଯୁଧିଷ୍ଠିର ପାତ୍ର ବୟସ ୫୮ ଏବଂ ତାଙ୍କ ପୁଅ ରାକେଶ ପାତ୍ର ବୟସ ୨୯ ଏକ ଓ ଡି ୨୫ଏ ୯୩୫୧ ନମ୍ବର ବିଶିଷ୍ଠ ଅଟୋ ଯୋଗେ ବ୍ରହ୍ମପୁର ରୁ ଟେଣ୍ଟ ହାଉସ ଜିନିଷ କିଣି ଫେରୁଥିବା ବେଳେ ଆସିକା ଠାରୁ ବାଲିପଦର ଦେଇ ଯାଇଥିବା ରାଜ୍ୟ ରାଜପଥ ୩୦ ର ବଡଖୋଲି ନିକଟରେ ଦ୍ରୁତ ଗତିରେ ଯାଉଥିବା ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ ବିଲ ମଧ୍ୟକୁ ଚାଲିଯାଇଥିଲା ଫଳରେ ଯୁଧିଷ୍ଠିର ପାତ୍ର ତାଙ୍କ ପୁଅ ରାକେଶ ପାତ୍ର ଏବଂ ଅଟୋ ଡ୍ରାଇଭର ଜଗମୋହନ ସାହୁ ସମସ୍ତେ ବିଲ ମଧ୍ୟରେ ପଡ଼ିଥିଲେ l ଘଟଣା ସ୍ଥଳରେ ଯୁଧିଷ୍ଠିର ପାତ୍ର ଗାଡି ତଳେ ଚାପି ହୋଇ ରହିଯାଇଥିଲେ l
ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଲୟକୁ ଅଣାଯାଇଥିଲା l ଏଠାରେ କାର୍ଯ୍ୟରତ ଡାକ୍ତର ଯୁଧିଷ୍ଠିର ପାତ୍ର ଙ୍କ ମୃତ୍ଯୁ ଘୋଷଣା କରିଥିଲେ l ପୁଅ ରାକେଶ ପାତ୍ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ସେ ଆସିକା ଉପଖଣ୍ଡ ଚିକିତ୍ସାଳୟ କରେ ଚିକିତ୍ସା ହୋଇଛନ୍ତି l ଏଘାଟଣା ସମ୍ପର୍କ ରେ ମୃତ ଯୁଧିଷ୍ଠିର ପାତ୍ର ଙ୍କ ପୁଅ ରାକେଶ କୋଟିନଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗ କୁ ଭିତ୍ତି କରି ଥାନା କେସ ନମ୍ବର ୨୫୬/୨୩ ଧାରା ୩୩୭,୨୭୯,୩୦୪(ଏ ),୩୩୮ ରେ ମାମଲା ରୁଜୁ ଶବ ଜବତ କରି ଆସିକା ଡାକ୍ତରଖାନା ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା କୋଟିନଡ଼ା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ସାହା ସୂଚନା ପ୍ରଦାନ କରିଛନ୍ତି l