ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି ।
ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ। ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି । ୫ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି ।