• ଏକ କୋଟି ଟଙ୍କା ବ୍ୟୟରେ ଅଞ୍ଚଳର ରାସ୍ତା, ନାଳ, ପାର୍କ କାର୍ଯ୍ୟ ସହ ମିଶନ ଶକ୍ତିର ଡାଇରୀ ଉଦ୍ଘାଟନ ।
ବ୍ରହ୍ମପୁର, ୧୨/୫ (ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୧୨ ନଂ ୱାର୍ଡରେ ଆଜି କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ନେତୃତ୍ବରେ ଅଞ୍ଚଳର ବିଭିନ୍ନ ପ୍ରକଳ୍ପର ବସୁଧା ଶୁଭ ପୂଜନ କରାଯାଇଛି । ଶୁକ୍ରବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ କମିଶନର ଜେ ସୋନାଲ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ବସୁଧାକୁ ଶୁଭ ପୂଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମାନନୀୟ ମେୟର ଶ୍ରୀମତୀ ଦଳାଇ ସୂଚନା ଦେଇଛନ୍ତି ଯେ, ୧୨ ନଂ ୱାର୍ଡରେ ପ୍ରାୟ ଏକ କୋଟି ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ବିଭିନ୍ନ ପ୍ରକଳ୍ପର ବସୁଧାକୁ ଶୁଭ ପୂଜନ କରାଯାଇ ଥିବା ବେଳେ, ଆଗାମୀ ଦିନରେ ମଧ୍ୟ ଅନ୍ୟ ବହୁ କାର୍ଯ୍ୟ ଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି କହିଥିଲେ।
ସେହିପରି କର୍ପୋରେଟର ତଥା ଆଇନଜୀବୀ ଶ୍ରୀ ସୁବୁଦ୍ଧି କହିଛନ୍ତି ଯେ, ପୂର୍ବରୁ ଦୀର୍ଘ ଦିନ ଧରି ମହାନଗର ନିଗମରେ ଦାବି କରି ଆସୁଥିବା ବେଳେ ତାହା ଆଜି ସଫଳ ହୋଇଛି, ମହାନଗର ନିଗମ ପକ୍ଷରୁ ଏକ କୋଟି ଟଙ୍କା ବ୍ୟୟରେ ପ୍ରେମ୍ ନଗର ୭ମ ଗଳି ପେକେଜ୍, ମିନାକ୍ଷୀ ନଗରର ରାସ୍ତା, ଏସ ଏଚ୍ ଜି ମିଶନ ଶକ୍ତି ଓମ୍ ସାଇ ଗ୍ରୁପ୍ ତରଫରୁ ଏକ ଡାଇରୀ ଉଦ୍ଘାଟନ ସହ ଅନ୍ନପୂର୍ଣ୍ଣା ନଗର ୬ଷ୍ଠ ଗଳି ଛକ ଠାରେ ପାର୍କ, ୮ମ ଗଳିରେ ରାସ୍ତା ଓ ନାଳ କାର୍ଯ୍ୟର ବସୁଧାକୁ ଶୁଭ ପୂଜନ ଦିଆଯାଇଛି ବୋଲି ମତ ପ୍ରକାଶ କରିଛନ୍ତି। କର୍ପୋରେଟର ଶ୍ରୀ ସୁବୁଦ୍ଧିଙ୍କ ନିଜ ୱାର୍ଡ ପରି ଏହି ଅହରହ ସେବା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ସହ ୱାର୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏହି ଅବସରରେ କର୍ପୋରେଟର ସୋନାଲି ଗନ୍ତାୟତ, ସମୀର କୁମାର ମିଶ୍ର, ସନ୍ତୋଷ ସେଠୀ, ଜାମୁଲା ଶ୍ରୀନିବାସ, ଅଶ୍ଵିନୀ ପଟ୍ଟନାୟକ, ଛାତ୍ର ସଭାପତି ଶୋଭନ କୁମାର ନାୟକ, ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ଅଞ୍ଚଳବାସୀ ଦିଲୀପ ପାତ୍ର, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଉଦୟ ବେହେରା, କୈଳାସ ବିଷୋୟୀ, ରାଜ କିଶୋର ପାତ୍ର, ଶ୍ରୀନିବାସ ପ୍ରଧାନ, ସତ୍ୟ ନାରାୟଣ ମହାରଣା, ପଦ୍ମ ଚରଣ ରଥ, ହର ଗୋପାଳ, ଏମ ଶିବ କୁମାର, ଜୟ ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ତେବେ ୱାର୍ଡର ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ଅଞ୍ଚଳର ବହୁ ଉନ୍ନତି ମୂଳକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି କର୍ପୋରେଟର ଶ୍ରୀ ସୁବୁଦ୍ଧି କହିଛନ୍ତି।