ସାନ ଏଣ୍ଡ ନିଲ ଫାଉଣ୍ଡେସନର ମିଲିତରେ ମାଗଣା ସ୍ୱାସ୍ଥ୍ୟ ଶିବିର ।

ବ୍ରହ୍ମପୁର, ୯/୭ (ଅଭିଜିତ କର): ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ଶ୍ରୀ ଗୋପାଳ ଜିଉ ମନ୍ଦିର ଠାରେ ଡକ୍ଟର୍ସ ଫୋରମ୍, ପାତ୍ର ହସ୍ପିଟାଲ୍ ଓ ସାନ ଏଣ୍ଡ ନିଲ ଫାଉଣ୍ଡେସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଉକ୍ତ ଶିବିରରେ ୟୁରିକ ଏସିଡ, ଓଷ୍ଟୋପୋରୋଷିସର ପରୀକ୍ଷା ଏବଂ ରୋଗ ନିଦାନ ସହ ବ୍ୟବସ୍ଥା ପତ୍ର ପ୍ରଦାନ କରଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଉମା ଶଙ୍କର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ଫୋରମର ସଭାପତି ଡ଼ା ଶଙ୍କର୍ଷଣ ପାତ୍ର ଓଷ୍ଟୋପରସିସ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏଥିରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ସଭାପତି ପି.ଧର୍ମ ରାଓ, ସମ୍ପାଦକ ଏସ.ଚିଟି ବାବୁ, କିରଣ ପାତ୍ର, ନିକିଲେଶ କୁମାର, ସାଇବାବା ଅଚାରି ଓ ପି.ସନ୍ଧ୍ୟା ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଡ଼ା ଅତୁଲ୍ୟ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଡ଼ା ସମରେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଡକ୍ଟର୍ସ୍ ଫୋରମର ଡ଼ା ବିଜୟ କୁମାର ସୁବୁଦ୍ଧି ଡ଼ା ଗାନ୍ଧୀ ଚୌଧୁରୀ, ଡ଼ା ସ୍ଵୀକୃତି ସାହୁ, ଡ଼ା ଭାସ୍ୱତି ପଣ୍ଡା, ଡ଼ା ରାମକୃଷ୍ଣ ସାହୁ, ଡ଼ା ରବି ଗନ୍ତାୟତ ପ୍ରମୁଖ ସହାୟତା କରିଥିଲେ । ଏହି ଶିବିର ମେନ୍ କାଇଣ୍ଡ ଫାର୍ମା କର୍ମକର୍ତ୍ତା ମାନଙ୍କ ସହାୟତା ଦ୍ବାରା ପରିଚାଳିତ ହେଇଥିଲା। ଉକ୍ତ ଶିବିରରେ ୪୨ ଜଣଙ୍କ ଅସ୍ଥି ସାନ୍ଦ୍ରତା ଏବଂ ୟୁରିକ ଏସିଡ ପରୀକ୍ଷା କରି ବ୍ୟବସ୍ଥା ପତ୍ର ପ୍ରଦାନ କରାଯାଇଥିଲା।