ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼ ବ୍ଲକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ ବିଲକୁ କୌଣସି କାମରେ ଘରୁ ବାହାରିଥିଲେ । ନିଜ ବିଲରେ କାମ କରୁଥିବା ସମୟରେ ହଠାତ ସାପ କାମୁଡ଼ା ର ଶିକାର ହୋଇଥିଲେ । ଏହା ଫଳ ରେ ସେ ସେଠାରେ ହିଁ ଅଚେତ ହୋଇପଡିଥିଲେ । ପାଖ ବିଲରେ କାମ କରୁଥିବା ଗ୍ରାମର କିଛି ଯୁବକ ଦେଖି ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇଥିଲେ ଓ ପରେ ପରେ ଗୁରୁତର ଅବସ୍ଥାରେରେ ଗ୍ରାମ ଲୋକ ଙ୍କ ସାହାଯ୍ୟରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ସେଠାରେ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ଥାନା ର ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇ ହିଞ୍ଜିଳି ଥାନା ରେ କେସନଂ ୨୨/ ୨୩ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ପ୍ରଦାନ କରିଛନ୍ତି ।