• ଛାତ୍ରଛାତ୍ରୀଙ୍କ ପରିଶ୍ରମ, ପରିବାରର ସହଯୋଗ ଓ ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ହିଁ ସଫଳତା ପ୍ରଦାନ କରିଛି – ଦେବେଶ ସାମନ୍ତରାୟ ।
ବ୍ରହ୍ମପୁର, ୧୭/୯ (ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ସାମନ୍ତରାୟ ଡିଫେନ୍ସ ଏକାଡେମି ଫର୍ ଡିଫେନ୍ସ କେରିଆର ଷ୍ଟଡି ପକ୍ଷରୁ ରବିବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଭାରତୀୟ ଅଗ୍ନିବୀର ନେଭୀ ଓ ପାରା ମିଲୋଟରି ଫୋର୍ସ ଯଥା ବିଏସଏଫ, ସିଆରପିଏଫ, ସିଆଇଏସଏଫ୍, ଏସଏସବି, ଆଇଟିବିପି, ଓ ଆସାମ ରାଇଫଲ୍ ପ୍ରମୁଖରେ ପ୍ରାୟ ୪୯ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଅଧ୍ୟାପକ ଡ.ହରିହର ମୁନି ଓ ଡ.ହର ପ୍ରସାଦ ପାଣିଗ୍ରାହି ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ମାତା ପିତାଙ୍କୁ ଏକାଡେମି ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସେମାନେ ହେଲେ, ସାରଳା ନାୟକ (ସିଏସ୍ଏଫ୍), ସୌମ୍ୟ ରଂଜନ (ଏସଏସବି), ଆକାଶ ଜେନା (ସିଆରପିଏଫ), ଲିତନ ସେଠୀ (ସିଆରପିଏଫ), ଲିଲୁ ଭୋଇ (ବିଏସ୍ଏଫ୍), ବିନୋଦ ନାୟକ (ବିଏସ୍ଏଫ୍) ଆଲୋକ ଗୌଡ଼ (ଆଇଟିବିପି), ମନୋଜ ଗୌଡ଼ (ସିଏସ୍ଏଫ୍), ଅନିକେତ ପାତ୍ର (ଆସାମ ରାଇଫଲ୍ସ), ପପୁନୁ ପ୍ରଧାନ (ସିଆରପିଏଫ), ବାବୁ ଭୂୟାଁ (ସିଆରପିଏଫ), ମାନସ ରଂଜନ ସାହୁ (ଆସାମ ରାଇଫଲ୍ସ), ଅରୁଣ ପ୍ରଧାନ (ସିଆରପିଏଫ), ବିକ୍ରମ ମଲିକ୍ (ସିଏସ୍ଏଫ୍), ଲିଟନ୍ ଦାସ (ବିଏସ୍ଏଫ୍), ସୁବ୍ରତ ବେହେରା (ସିଏସ୍ଏଫ୍), ରାକେଶ ପାରିଡା (ବିଏସ୍ଏଫ୍), ସୁନିକେତ୍ ପାତ୍ର (ସିଏସ୍ଏଫ୍), ସାଇଲେନ ପଲାଇ (ସିଆରପିଏଫ), ଶ୍ରୀରାମ ବେହେରା (ସିଆରପିଏଫ) ଶିବ ଶଙ୍କର ବେହେରା (ସିଏସ୍ଏଫ୍)ରେ ମନୋନୀତ ହୋଇଛନ୍ତି ।
ସେହିପରି ଭାରତୀୟ ଅଗ୍ନିବୀର ନେଭୀରେ ସାହିଲ ମହାନ୍ତି, ଅସୀମ କୁମାର ସାହୁ, ରଞ୍ଜିତ ବେହେରା, ଆଲୋକ କୁମାର ପ୍ରଧାନ, ଶିବାଶିଷ ସୁବୁଦ୍ଧି, ସନ୍ଦୀପ କୁମାର ସାହୁ, ସ୍ମୃତି ରଂଜନ ସାହୁ, ଆଲୋକ ପ୍ରଧାନ, ରାଜେଶ ବିଶୋଇ, କେ ନିରଂଜନ ରେଡ୍ଡୀ, ସୁଦୀପ୍ତ ରଂଜନ ହାତି, ସିମାଲା ଅଜୀ, ବାଦଲ ଡାକୁଆ, ହିମାଚଳ ସାହୁ, ହରେ କୃଷ୍ଣ ବେହେରା, ଶୁଭମ୍ ସାହୁ, ପ୍ରତାପ ପାଟସାଣି, କାଲୁ ଚରଣ ମହାନ୍ତି, ସୌରଭ ସ୍ୱାଇଁ, ଅମନ ନାହକ, ରୁଦ୍ର ମାଧବ ଡାକୁଆ, ଦୀପଙ୍କର୍ ପଣ୍ଡା, ସୁଭାଷୀଶ ପରିଡ଼ା, ଜ୍ଞାନ ଖୁଣ୍ଟିଆ, ଜଗନମୋହନ ସାହୁ, ସଂଗ୍ରାମ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ, ବ୍ରହ୍ମପୁରର ଜଗନ୍ କୁମାର ସାହୁ (ବିଏସ୍ଏଫ୍), କେ ନୀଲକାନ୍ତ ରେଡ୍ଡୀ (ଆସାମ ରାଇଫଲ୍ସ), ସିବରାମ ସାହୁ (ସିଆରପିଏଫ), ଦିପକ ସେଠୀ (ସିଏସ୍ଏଫ୍), ଦୀପକ ସେଠୀ (ବିଏସ୍ଏଫ୍) ମଧ୍ୟ ମନୋନୀତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ କହିଛନ୍ତି ଯେ, ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ସମେତ ବାଲେଶ୍ଵର, ପୁରୀ, ବରଗଡ଼, ଖୋର୍ଦ୍ଧା, କୋରାପୁଟ, ସୋନପୁର ଏବଂ ଭଦ୍ରକ ଜିଲ୍ଲାର ରହିଛନ୍ତି । ଏଠାରେ ଦିନକୁ ମାତ୍ର ଏକ ଟଙ୍କାରେ ବାର ଘଣ୍ଟାର ପାଠାଗାରରେ ପଢ଼ିବା ପାଇଁ ସୁବିଧା ଉପଲବ୍ଧ ରହିଛି, ଯାହାର କଠିନ ପରିଶ୍ରମ ଓ ଦୀର୍ଘ ଦିନର ସଂଘର୍ଷ ହିଁ ଆଜି ସେମାନଙ୍କୁ ନିଜ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିଛି ।
ଛାତ୍ରଛାତ୍ରୀ ମାନେ ଯେଉଁଭଳି ଅକ୍ଲାନ୍ତ ଚେଷ୍ଟା କରିଛନ୍ତି ତାର ସୁଫଳ ସେମାନେ ପାଇ ଆଜି ନିଜ ନାମ ନିଜ ପିତା ମାତା ଓ ଗୁରୁଙ୍କ ସହ ଏକାଡେମି ଗୌରବକୁ ବଢାଇ ଦେଇଛନ୍ତି । ଏହି ଅବସରରେ ନିଯୁକ୍ତି ପାଇଥିବା ବହୁ ଛାତ୍ରଛାତ୍ରୀ ମାନେ ନିଜ ମତ ପ୍ରକାଶ ବେଳେ ଭାବ ବିହ୍ୱଳ ହୋଇ ଏକାଡେମିର ପ୍ରଶିକ୍ଷକ ଓ ନିର୍ଦ୍ଦେଶକଙ୍କୁ ସାଧୁବାଦ ଦେବା ସହ ନିଜ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ନିସ୍ବାର୍ଥ ପର ପ୍ରୟାସରେ ଯୋଗୁଁ ସେମାନେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଡେମିର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିବା ବେଳେ, ଏକାଡେମିର ପ୍ରତିଷ୍ଠାତା ଶ୍ରୀ ଲଳିତ ମୋହନ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ତ୍ତବ୍ୟ ପରାୟଣ ହେବା ସହ ନିଜ ଦାୟିତ୍ୱ ସୁଚାରୁ ରୂପେ ବହନ କରିବାକୁ ଉତ୍ସାହିତ କରିଥିଲେ। ଏନେଇ ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିବା ସହ ଏହି ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋକୁଳ ନନ୍ଦ ତ୍ରିପାଠୀ, ଅଭିଳାଷ ଆନନ୍ଦ, ପ୍ରଶାନ୍ତ କୁମାର ନାୟକ, ଅନିଲ ପାତ୍ର, ସୁରେଶ କୁମାର ପଣ୍ଡା, ଜି ଅନିଲ ପାତ୍ର, ରାମ କୃଷ୍ଣ ମିଶ୍ର, ବି ଶ୍ରୀନିବାସ ରାଓ, ସଞ୍ଜୟ କୁମାର ସାହୁ, ଦିନେଶ ସାମନ୍ତରାୟ ପରିଚାଳନରେ ସହଯୋଗ କରିଥିଲେ।