ସାମାନ୍ୟ ଜମି ବିବାଦରୁ ରାତିରେ ଶୋଇଥିବା ବେଳେ ଝିଅ, ଜ୍ୱାଇଁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା

ସାମାନ୍ୟ ଜମି ବିବାଦ ପାଇଁ ଶ୍ୱଶୁର,ଜ୍ୱାଇଁ ଏବଂ ଝିଅକୁ ଗୁଳି କରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲା ସନ୍ଦୀପ ଘାଟ ପୋଲିସ ଷ୍ଟେସନ ଅଞ୍ଚଳର ପଣ୍ଡା ଛକ ଠାରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ହତ୍ୟା କରିବା ପରେ ନିକଟରେ ଥିବା ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି ଅଭିଯୁକ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ତେବେ ଏହି ଘଟଣାର କାରଣ ଜମି ବିବାଦ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଜମି ବିବାଦକୁ ନେଇ ଶ୍ୱଶୁର,ଜ୍ୱାଇଁ ଏବଂ ଝିଅକୁ ହତ୍ୟା। ଛବିଲବାରେ ରହୁଥିବା ୬୨ ବର୍ଷିୟ ହରିଲାଲଙ୍କ ଜମି ପଣ୍ଡା ଛକରେ ଅଛି। ସ୍ଥାନୀୟ ଲୋକଙ୍କ ସହ ହରିଲାଲଙ୍କର ଜମି ବିବାଦ ଲାଗି ରହିଥିଲା। ତାଙ୍କର ୨୬ ବର୍ଷର ଜ୍ୱାଇଁ ଶିବସାଗର ଏବଂ ୨୨ ବର୍ଷର ଝିଅ ବୃଜକଲୀ ମଧ୍ୟ ସେହି ତାଙ୍କ ସହ ରହୁଥିଲେ। ହରିଲାଲଙ୍କ ଜ୍ୱାଇଁ ନିକଟରେ ଏକ ଭଡା ଦୋକାନ ନେଇ ଜନ ସେବା କେନ୍ଦ୍ର ଚଳାଉଥିଲେ। ତେବେ ଗତକାଲି ରାତିରେ ହରିଲାଲ ନିଜ ଝିଅ ଓ ଜ୍ୱାଇଁ ସହ ଘର ବାହାରେ ଶୋଇଥିଲେ। ସେମାନେ ସୋଇଥିବା ବେଳେ ସେମାନଙ୍କୁ କିଛି ଲୋକ ରାତିରେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ଜାଣିବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସପି ବୃଜେଶ କୁମାର ଶ୍ରୀବାସ୍ତବ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।