ସିସୋର ଚିଟ୍ଫଣ୍ଡ : ଚାର୍ଜଫ୍ରେମ୍ ପ୍ରସଙ୍ଗରେ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଧର୍ମର ଜୟ ହେବ କହିଲେ ର୍ପୂବତନ ବିଧାୟକ ପ୍ରଭାତ ବିଶ୍ୱାଳ । ମାମଲା କୋର୍ଟରେ ବିଚାରଧୀନ ଆଉ ଆଇନ ତା ବାଟରେ ଯାଉଛି । ପ୍ରଥମ ଦିନରୁ କହିଆସୁଛି ଆଉ ଏହା ହେଉଛି ଏକ ଜମିଜମା ମାମଲା । ଲାଂଚ କେହି ବି ଚେକ୍ରେ ନିଅନ୍ତିନାହିଁ, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସର ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି । ସମୟ ବଡ ବଳବାନ ଆଉ ସମୟ ସବୁ କଥାର ଜବାବ ଦେବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ପ୍ରଭାତ ବିଶ୍ୱାଳ । କାଗଜପତ୍ର ଟାମ୍ପରିଂ ଅଭିଯୋଗକୁ ନେଇ ପ୍ରତିକ୍ରିୟା । ଯେଉଁମାନେ ଟାମ୍ପରିଂ କରିଛନ୍ତି ସେମାନେ ସବୁ ତଦନ୍ତରେ ଧରାପଡିବେ ।