ସୁରକ୍ଷାକର୍ମୀଙ୍କୁ ହତ୍ୟା କରି ଏଟିଏମ କ୍ୟାସ୍ ଭ୍ୟାନ୍‌ରୁ ୩୯ ଲକ୍ଷ ଲୁଟ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ମଙ୍ଗଳବାର ଡକାୟତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରି କ୍ୟାସ୍ ଭ୍ୟାନ୍‌ରୁ ନଗଦ ୩୯ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡିଛି । କ୍ୟାସ୍ ଭ୍ୟାନ୍‌ଟି ଗୋଟିଏ ବ୍ୟାଙ୍କ ସମ୍ମୁଖରେ ଛିଡାହୋଇଥିବାବେଳେ ହେଲମେଟ୍ ପିନ୍ଧି ବାଇକ୍‌ରେ ଆସିଥିବା ୪ ଜଣ ଡକାୟତ ସେଠାରେ ପହଞ୍ଚି ଭ୍ୟାନ୍‌ରେ ଥିବା କ୍ୟାସିୟର, ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ମୌକାରେ ଡକାୟତମାନେ କ୍ୟାସ୍ ବାକ୍ସକୁ ନେଇ ପଳାଇଥିଲେ । ପୁଲିସ ସିସିଟିଭି ଫୁ,ଟଜ ଯାଞ୍ଚ କରି ସଂପୃକ୍ତ ଡକାୟତଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା କୁହାଯାଇଛି ।