କଂଗ୍ରେସ ସଂସଦୀୟ ବୋର୍ଡ ସଭାନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।ଆସନ୍ତା ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ | ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନ କାଳରେ ୯ଟି ବିଷୟରେ ଆଲୋଚନା ନିମନ୍ତେ ସୋନିଆ ନିବେଦନ କରିଛନ୍ତି। ଆଲୋଚନା ନିମନ୍ତେ ନିବେଦନ କରାଯାଇଥିବା ବିଷୟଗୁଡିକ ହେଲା: ୧- ଦେଶର ଆର୍ଥିକସ୍ଥିତି ଯଥା ଦରଦାମ ବୃଦ୍ଧି, ବେରୋଜଗାର, ଧନୀ ଓ ଗରିବର ଅସମାନତା ବୃଦ୍ଧି। ୨- ଏମଏମସି ପ୍ରସଙ୍ଗରେ ସରକାର କୃଷକ ଓ କୃଷକ ସଂଗଠନକୁ ଦେଇଥିବା ପ୍ରତିଶ୍ରୁତି। ୩-ଆଦାନି ଗ୍ରୁପ୍ର ବ୍ୟାବସାୟିକ କାରବାର ଉପରେ ଜେପିସି ତଦନ୍ତ ଦାବି। ୪- ମଣିପୁର ସାମାଜିକ ସଦ୍ଭାବ ଫେରାଇ ଆଣିବା ଓ ସାମ୍ବିଧାନିକ ପ୍ରତିଷ୍ଠାନକୁ ସ୍ବୟଂକ୍ରିୟ କରାଇବା। ୫-ହରିୟାଣା ଓ ଅନ୍ୟ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇବା। ୬-ଭାରତର ଅଞ୍ଚଳକୁ ଚୀନ ଦଖଲ କରିବା। ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଭାରତର ସାର୍ବଭୌମତ୍ବ ପ୍ରତି ଦେଖାଯାଇଥିବା ବିପଦ। ୭- ଦେଶରେ ଜାତିଭିତ୍ତିକ ଜନଗଣନା କରିବା। ୮- ଦେଶରେ କେନ୍ଦ୍ର-ରାଜ୍ୟ ସରକାର ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା। ୯- ବିଭିନ୍ନ ରାଜ୍ୟରେ ବନ୍ୟା, ମରୁଡି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଏହାର ଜବାବରେ କହିଛନ୍ତି ଯେ ଯଥା ସମୟରେ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଜଣାଇ ଦିଆଯିବ।