ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW । ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିସ ଜାରି କରାଯାଇଛି । ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (STA) ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରାଉଚରା କରିବ EOW ।
ସୂଚନା ଅନୁସାରେ, ଗୋଆ ଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋ ଆଲାଏନ୍ସ ନାମକ ଏକ କମ୍ପାନୀର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା । ଏହି କମ୍ପାନୀ ବିଶ୍ୱର ବିଭିନ୍ନ ଦେଶରେ ନିଜର ଶାଖା ଖୋଲି କ୍ରିପ୍ଟୋକରେନ୍ସି ନିବେଶ ବାହାନାରେ ଏକ ଅନଲାଇନ ପଞ୍ଜି ସ୍କିମ ଚଳାଇଥିଲା । କମ୍ପାନୀ ସାରା ଦେଶରେ ୨ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ୧ ହଜାର କୋଟିରୁ ଅଧିକ ଟଙ୍କାର ଜମା ସଂଗ୍ରହ କରିଥିଲା । ଓଡ଼ିଶା ରେ ଏହି ଠକେଇ ପରିମାଣ ୩୦ କୋଟିରୁ ଅଧିକ ରହିଛି । ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି। ଅନ୍ୟପଟେ ସେ ଏବେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି।