ଅର୍ଚ୍ଚନା ନାଗ ପରେ ଇରାନୀ ହନିଟ୍ରାପ୍ ମାମଲା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହାର ଗୁମର କଥା ଜାଣିବାକୁ ଚେଷ୍ଟା ଚଲାଇଛି ପୋଲିସ୍ । ଏହି କ୍ରମରେ ହନିଟ୍ରାପ୍ କୁଇନ୍ ଇରାନୀ ପାତ୍ରଙ୍କ ସ୍ୱାମୀ ନିଶାକାନ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ୍ । 5 ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ର ଭିତିରି ଗୁମର । ଏହା ପରେ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ ।
ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ 3 ଟି ମାମଲା ରୁଜୁ ହୋଇଛି । 3 ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗୋଡ଼ର ଜଣେ ଗ୍ରୋସରୀ ବ୍ୟବସାୟୀ ଅଛନ୍ତି । ଇରାନୀ ଓ ତାଙ୍କ ସ୍ୱାମୀର ସିଡିଆର ଆନାଲିସିସ୍ କରୁଛି ପୋଲିସ । ଏପରିକି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫୋରେନସିକ୍ ଲ୍ୟାବ୍କୁ ପଠାଇଛି ପୋଲିସ । ଡାକ୍ତର ପରେ ଅନ୍ୟ 3 ଜଣକୁ ଫସାଇବାକୁ ଥିଲା ଯୋଜନା । କଳିଙ୍ଗନଗରର ଜଣେ ବ୍ୟବସାୟୀଙ୍କୁ 3 ଲକ୍ଷ ଟଙ୍କା ଲୁଟିଛନ୍ତି । ଲୋକଲଜ୍ଜା ଭୟରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି । ସାରା ରାଜ୍ୟରେ ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି । ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।
ଏପରିକି ନିଜ ବଡ଼ବାପାଙ୍କୁ ମଧ୍ୟ ଛାଡ଼ି ନଥିଲେ ଇରାନୀ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ 7 ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୋଲିସଙ୍କୁ ଏକ ହ୍ୱାଟସ୍ଆପ୍ ଚାର୍ଟ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣଙ୍କ ସେକ୍ସ ପାଇଁ ବ୍ଲାକ୍ମେଲ୍ କରୁଥିବା ଚାର୍ଟରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ଜାଣିବା ପରେ ପୋଲିସର ହୋସ୍ ଉଡିଯାଇଥିଲା । ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।