ହନୁମାନ ଛକ ଗଣେଶ ପୂଜା କମିଟି ପକ୍ଷରୁ ସ୍ଥାନୀୟ କଳାକାରକୁ ଉତ୍ସାହିତ କରିବା ନିମନ୍ତେ ମନୋରଞ୍ଜନ କାର୍ଯ୍ୟକ୍ରମ

ଛତ୍ରପୁର,୨୧/୯ : ଛତ୍ରପୁର ଏନଏସି ଅନ୍ତର୍ଗତ ପୁତିଗୋପାଳପୁର ସ୍ଥିତ ହନୁମାନ ଛକ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ମହାଆଡ଼ମ୍ବର ଭାବେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନ କରାଯାଇଛି, ପୂଜାର ତୃତୀୟ ଦିବସର ସନ୍ଧ୍ୟା ରେ ଅଂଚଳବାସିଙ୍କ ମନୋରଞ୍ଜନ ସକାଶେ ସ୍ଥାନୀୟ କଳାକାର ମାନଂକୁ ନେଇ ସଂଗୀତଓ ଡାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ସମାଜସେବି ନରହର ସ୍ୱାଇଁ, ଛତ୍ରପୁର ଏନଏସିର ୱାର୍ଡ ନଂ 1 କାଉନସିଲର ଟି. ଗଣେଶ ରେଡ୍ଡୀ, ୱାର୍ଡ ନଂ 2 କାଉନସିଲର ଅମରେଶ କୁମାର ମହାରଣା ଏବଂ ଯୁବ ନେତା ଟି. ନାରାୟଣ ପ୍ରମୁଖ ଯୋଗଦେଇ କମିଟି ର ଏଭଳି କାର୍ଯ୍ୟ କୁ ସ୍ୱାଗତ ଜଣାଇବା ସହ ଏହାଦ୍ୱାରା ଅଂଚଳ ର କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିବା ନିମନ୍ତେ ଅଧିକ ଉତ୍ସାହିତ ହୋଇପାରିବେ ବୋଲି ସେମାନେ କହିଥିଲେ, ଶେଷରେ ଭଲ କଳା ପ୍ରଦର୍ଶନ କରିଥିବା କଳାକାର ମାନଂକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମକୁ କମିଟି ସମସ୍ତ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ