ଆସିକା – ଗତକାଲି କୋଟିନଡ଼ା ଥାନା ଅନ୍ତର୍ଗତ ହରିଡ଼ାପଦର ଗ୍ରାମରେ ଘଟିଥିବା ସଞ୍ଜୟ ନାହାକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେଶ ଡାକୁଆକୁ ପୋଲିସ ଗିରଫ କରି ତା ନିକଟରୁ ଗୋଟିଏ ମାଂସ କଟା କାତି ଜବତ କରିଛି l ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ସୁରେଶ ର ଡାକ୍ତରୀ ମାଇନା ପରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଆସିକା ସବ ଜେଲକୁ ପଠାଇ ଦିଆ ଯାଇଛି l ପ୍ରକାଶ ଥାଉକି ଆସିକା ବ୍ଲକ ହରିଡ଼ାପଦର ଗ୍ରାମ ବଡ଼ସାହି ରାଧାକୃଷ୍ଣ ମନ୍ଦିର ନିକଟରେରେ ଦିନ 10.00 ସମୟରେ ହରିଡ଼ାପଦର ଗ୍ରାମର ସଞ୍ଜୟ ନାହାକକୁ ସୁରେଶ ଡାକୁଆ ଅତି ନିର୍ମମ ଭାବେ ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l
ଏହି ହତ୍ୟା ଘଟଣା ବିରୁଦ୍ଧରେ ମୃତ ସଞ୍ଜୟର ଭଉଣୀ ବିଷ୍ନୁପ୍ରିୟା ଦାଶ କୋଟିନଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର ୨୫୩/୨୩ ଓ ଧାରା ୩୦୨ ଓ ଅନୁସୂଚିତ ଜାତି ଓ ଜନଜାତି ଅସମ୍ମାନ ଧାରା (ଆଟ୍ରୋସିଟି )ଆକ୍ଟ ପ୍ରକାରେ ମାମଲା ରୁଜୁ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୁରେଶ ଡାକୁଆକୁ କବିସୂର୍ଯ୍ୟନଗର ଥାନା ସମ୍ମୁଖରୁ କୋଟିନଡ଼ା ପୋଲିସ ଧରି ଥାନାରେ ଅଟକ ରଖି ତଦନ୍ତ କରି ସୁରେଶ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ମାଂସ କଟା କାତି ଜବତ କରିବା ସହ ତାକୁ କୋର୍ଟରେ ହଜାର କରିଥିଲା ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଆସିକା ସବ ଜେଲକୁ ପଠାଇଥିବା ସମ୍ପର୍କରେ କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା ସୂଚନା ପପ୍ରଦାନ କରିଛନ୍ତି l
ରିପୋର୍ଟ – ଜଗନ୍ନାଥ ସାହୁ