୧୫ ବର୍ଷ ପୁରାତନ ତଥା ୨୫ ଫୁଟର ଉସ୍ତ ଗଛକୁ ଅନ୍ୟତ୍ର ସ୍ଥାନନ୍ତର କରି ପୁନଃ ରୋପଣ କଲା ସବୁଜ ବାହିନୀ ।

• ବିକାଶ କାର୍ଯ୍ୟ ପାଇଁ ଗଛକୁ ନ କାଟି ବିକଳ୍ପ ଭାବେ ପୁନଃ ରୋପଣ କରିବା ପାଇଁ ବାର୍ତ୍ତା ।

ବ୍ରହ୍ମପୁର, ୧୯/୬ (ଅଭିଜିତ କର): ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଥିବା ରାମାଧିନ ସଂସ୍କୃତ ମହା ବିଦ୍ୟାଳୟ ଠାରେ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିବା ୧୫ ବର୍ଷରୁ ଅଧିକ ପୁରାତନ ତଥା ୨୫ଫୁଟରୁ ଉର୍ଦ୍ଧ୍ବ ଲମ୍ବ ଏକ ଉସ୍ତ ଗଛଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସୁକୁଣ୍ଡା ଗ୍ରାମ ନିକଟସ୍ଥ ହଜରେ ପୁନଃ ରୋପଣ କରାଯାଇଥିଲା । ନିକଟରେ କାଳ ବୈଶାଖୀ ପ୍ରଭାବରେ ଉସ୍ତ ଗଛଟି ଉପୁଡ଼ି ପଡି ଯାଇଥିବା ବେଳେ ମହା ବିଦ୍ୟାଳୟର ପ୍ରିନ୍ସିପାଲ୍ ତଥା ମହନ୍ତ ରାମ ଦାସ୍ ଓ ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠିଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ସବୁଜ ଵହିନୀର ସଦସ୍ୟ ମାନେ ବିଇଏମସି ଡେ଼ପୁଟି କମିଶନର ବିନୋଦ ବେହେରାଙ୍କ ସହ ଦେଖା କରି ଦୃଷ୍ଟି ଆକର୍ଷଣ କରିଥିଲେ । ତେବ ସେହି ଗଛଟିକୁ ସୁରକ୍ଷିତ ଭାବରେ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେବା ସହ ଗଛଟି ସ୍ଥାନାନ୍ତର ସକାଶେ ଟ୍ରାକ୍ଟର ବ୍ୟବସ୍ଥା କରିଥିଲେ । ପରେ ସ୍ଥାନନ୍ତର ପକ୍ରିୟା ପାଇଁ ସବୁଜ ବାହିନୀ ସଦସ୍ୟ ମାନଙ୍କ ସାହାଯ୍ୟରେ ଗଛକୁ ଉଦ୍ଧାର କରି ପୁନଃ ରୋପଣ କରିବା ପାଇଁ ୧୦ ଘଣ୍ଟା ସମୟ ଲାଗି ଥିଲା । ଏହାପରେ ବୃକ୍ଷ ଟିକୁ ପୂଜା କରିବା ସହ କ୍ଷମା ପ୍ରାର୍ଥନା କରି ସ୍ଥାନନ୍ତରିତ କରାଗଲା । ଏହାସହ ଉକ୍ତ ଗଛଟିର ଦେହରେ ଲାଗିଥିବା କ୍ଷତ ଓ ଆଘାତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ବ୍ରହ୍ମପୁର ସବୁଜ ଵହିନୀ ପ୍ରାୟତଃ ପବନରେ ଉପୁଡ଼ି ପଡିଥିବା ଗଛ ହେଉ ଅବା ନାଳ, ଛାତ ଆଦି ମାନଙ୍କରେ ଅସୁରକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ଲାଗି ରହିଥିବା ଗଛ ଗୁଡିକୁ ନକାଟି ତାହାର ବିକଳ୍ପ ଭାବେ ଗଛ ଗୁଡିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପୁନଃ ରୋପଣ କରି ଆସୁଛି। ତେବେ ବ୍ରହ୍ମପୁର ସହରରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଗଛ କଟା ଚାଲିଥିବା ବେଳେ, ଏହାକୁ ନ କାଟି ବିକଳ୍ପ ଭାବେ ପୁନଃ ରୋପଣ କରିବା ପାଇଁ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ଏବଂ ପ୍ରଶାସକଙ୍କୁ ଦାବି କରି ଆସୁଛି, ଯାହାଦ୍ୱାରା ପରିବେଶ ସନ୍ତୁଳିତ ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ.ପ୍ରକାଶ, ସହ ସମ୍ପାଦକ ପି.ବିନୋଦ, କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ, ସୁଜିତ ଗୌଡ଼, ବାଲାଜି ବେହେରା, ପ୍ରବୀଣ କୁମାର୍, ପି.କିରଣ କୁମାର,ଏସ.ରବି କୁମାର, ସନିଆ ଗୌଡ, ସୁନିଲ ପାତ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।