୩ଶହ କିଲୋ ଗଞ୍ଜାଇ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।

ବ୍ରହ୍ମପୁର, ୮/୬ (ଅଭିଜିତ କର): ସଦର ମହକୁମା ଅନ୍ତର୍ଗତ ବାଲିପଡା ଠାରେ ଇଆଇ ଏଣ୍ଡ ଇବି ଅବକାରୀ ଗୁଇନ୍ଦା ପୋଲିସ ଥାନା ଅଧିକାରୀ ଏଚ୍ ସି ସାମନ୍ତଙ୍କ ନେତୃତ୍ୱରେ ୩ ଶହ କିଲୋ ଗଞ୍ଜେଇ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରକାଶ ଥାଉ କି, ଆଜି ସକାଳ ସମୟରେ ଏକ ମହିନ୍ଦ୍ରା ବୋଲେର କାରରେ ତିନି କୁଇଣ୍ଟାଲ ଗଞ୍ଜେଇ ମୋହନା ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଆଇଓ ଶ୍ରୀ ସାମନ୍ତ, ଡିଏସପି କୁବେର ସେଠୀଙ୍କୁ ଅବଗତ କରାଇ ଏକ ଦଳ ଗଠନ କରି ବାଲିପଡ଼ା ଠାରେ ଯାଞ୍ଚ କରୁଥିବା ବେଳେ, ଉକ୍ତ ଗଞ୍ଜେଇ ବୋଝାଇ ଗାଡ଼ିକୁ ଅଟକାଇ ତାହାର ଯାଞ୍ଚ କରିଥିଲେ । ସେଥିରେ ୬୦ ଗୋଟି ପେକେଟରୁ ପ୍ରାୟ ତିନିଶହ କିଲୋ ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ହେଇଥିବା ବେଳେ ଉକ୍ତ ଗାଡ଼ିର ମୂଲ୍ୟ ୭ ଲକ୍ଷ୍ୟ ଟଙ୍କା ହେଇଥିବା ଜଣାପଡିଛି । ଗିରଫ ଦୁଇ ଜଣଙ୍କ ଠାରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସହର ତଳି ଅଞ୍ଚଳରୁ କିଛି ସନ୍ଦିଗ୍ଧ ବ୍ୟକ୍ତି ବହୁ ପରିମାଣର ଗଞ୍ଜାଇକୁ ଗଚ୍ଛିତ କରି ରଖି ସମୟ ସୁବିଧା ଦେଖି ସେଗୁଡିକୁ ବାହାର ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ତେବେ ଷ୍ଟକ୍ ହେବା ପୂର୍ବରୁ ସେ ସବୁକୁ ଜବତ କରାଯାଇଛି, ଏବଂ ଏହି ଚାଲାଣ କେଉଁ ଠାରୁ କେଉଁଠାକୁ ଯାଉଥିଲା ତାହା ଯାଞ୍ଚ କରାଯାଉଛି । ଏହି ଘଟଣାକୁ ସମ୍ପୂର୍ଣ୍ଣ ତଦନ୍ତ କରି ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ, ଏନେଇ ୧୨୮/୨୦୨୩-୨୪ରେ ଏକ ଗୋଟିଏ ଏନଣ୍ଡିପିଏସ ମାମଲା ରୁଜୁ ହୋଇଛି ବୋଲି ଏକ୍ସାଇଜ୍ ଇନ୍ସପେକ୍ଟର ଶ୍ରୀ ଏଚ୍ ସି ସାମନ୍ତ ସୂଚନା ଦେଇଛନ୍ତି ।