୬୦ ଲିଟର ଦେଶୀ ମଦ ସହିତ ସ୍କୁଟି ଜବତ, ଅଭିଯୁକ୍ତ ଗିରଫ

ବାଣପୁର,27/09: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଂଚଳ ର ବେରୁଆବାଡି ଗ୍ରାମରେ ଚୋରା ମଦ ବିକ୍ରି ଆଭିଯୋଗରେ ମହେନ୍ଦ୍ର ସେଠୀଙ୍କୁ ବାଣପୁର ପୋଲିସ ଗିରଫ କରିଛି। 120ଟି ପାଉଚ ମଧ୍ୟରେ ପ୍ରତି ପାଉଚରେ ୫୦୦ମିଲି ଲିଟର ଦେଶୀ ମଦ ଥିବା ଜଣାପଡିଛି । ବାଣପୁର ପୋଲିସ ୬୦ ଲିଟର ଦେଶୀ ମଦ ଜବତ କରିବା ସହିତ ବ୍ୟବହାର କରୁଥିବା ସ୍କୁଟି ଯାହାର ନମ୍ବର OR02BQ7973 କୁ ମଧ୍ୟ ଜବତ କରିଛି l ବାଣପୁର ଥାନା କେସ ନମ୍ବର ୩୪୬/୨୦୨୩ ରେ ଅଭିଯୁକ୍ତ ମହେନ୍ଦ୍ର ସେଠୀ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ସୁଚନା ଦେଇଛନ୍ତି ।