କଲରାପତରିଆ ବାଘ ଛାଲ ଜବତ, ଦୁଇ ବେପାରି ଗିରଫ

ଦିନକୁ ଦିନ ବେଆଇନ ଚାଲାଣ କାର୍ଯ୍ୟ ବଢ଼ିବାରେ ଲାଗିଛି । କେତେବେଳେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଛି ତ ପୁଣି କେତେବେଳେ ବାଘ ଛାଲ କାରବାର । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ନର୍ଲା ରେଳ ଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ STF କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି । ନର୍ଲା ରେଳ ଷ୍ଟେସନ ନିକଟରେ ବାଘ ଛାଲ ଚାଲାଣ ହେଉଥିବାର ଖବର କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉବେଳେ ୨ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରାଯାଉଛି । କେଉଁଠିକି ବାଘ ଛାଲ ଚାଲାଣ ହେଉଥିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇନାହିଁ ।

Back to top button