ଆସିକା ପୃଷ୍ଟି ପୁନର୍ବାସ କେନ୍ଦ୍ରରୁ 10 ଶିଶୁ ସୁସ୍ଥ ହୋଇ ଘରକୁ ଫେରିଲେ

ଆସିକା 03/10: ଆସିକା ପୃଷ୍ଟି ପୁନର୍ବାସ କେନ୍ଦ୍ରରୁ ଚଳିତ ମାସ ରେ 12 ଜଣ ଶିଶୁ ମଧ୍ୟରୁ 10 ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି l ଗଞ୍ଜାମ ଜିଲ୍ଲା ରେ ଏଭଳି ପୃଷ୍ଟି ପୁନର୍ବାସ କେନ୍ଦ୍ର ଆସ୍କା, ଭଞ୍ଜନଗର, ଛତ୍ରପୁର, ବ୍ରହ୍ମପୁର ରେ ରହିଛି l ଆସିକା ପୃଷ୍ଟି ପୁନର୍ବାସ କେନ୍ଦ୍ର ଉପରେଧରାକୋଟ, ବୁଗୁଡ଼ା, କବିସୂର୍ଯ୍ୟନଗର, ପୋଲସରା, କୋଦଳା, ବେଗୁନିଆପଡା, ଧରାକୋଟ, ସୋରଡ଼ା,ଶେରଗଡ଼ ଅଂଚଳ ରୁ ଅନେକ ଅପପୃଷ୍ଟି ଶିଶୁ ଉତ୍ତମ ଚିକିତ୍ସା ପାଇଁ ଆସିଥାନ୍ତି l ଚଳିତ ମାସରେ 05 ଜଣ ପୁଅ ଶିଶୁ ଏବଂ ଝିଅ ଶିଶୁ 07 ଜଣ ଆସିକା, ସୋରଡ଼ା,ପୋଲସରା, ବେଗୁନିଆପଡା, ବୁଗୁଡ଼ା ବ୍ଲକ ରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l

ଗ୍ରାମର ସ୍ୱାସ୍ଥ୍ୟ କର୍ମୀ ଠାରୁ ଶିଶୁ ମାନଙ୍କ ଠାରେ ଅତିଶୟ ପୋଷଣ ଶିଶୁ ରୂପେ ଚିହ୍ନଟ ହେଲେ ଏହି ପୃଷ୍ଟି ପୁନର୍ବାସ କେନ୍ଦ୍ରକୁ ପ୍ରେରଣ କରନ୍ତି l ଏହି ଅନୁଷ୍ଠାନ ରେ ଜଣେ ପରାମର୍ଶ ଦାତ୍ରୀ,04 ଜଣ ସ୍ୱାସ୍ଥ୍ୟ କର୍ମୀ,03 ଜଣ ରୋଷୟା ରହନ୍ତି l ଅପପୃଷ୍ଟି ଶିଶୁ ର ମା, ଅଭିଭାବକ ମାନଙ୍କୁ ପ୍ରଥମେ ପରାମର୍ଶ କରାଯାଏ l ତାପରେ ଶିଶୁ ର ଉଚ୍ଚତା, ଓଜନ ଏବଂ ବୟସ ଦେଖି ତାର ସ୍ୱତନ୍ତ୍ର ଖାଦ୍ୟ ଦେବା ପ୍ରଣାଳୀ, ପରିଷ୍କାର ଏବଂ ପାରିଛନତା ରହିବା, ଉପରେ ପରାମର୍ଶ ଦିଆଯାଇଥିଲା l ଉପସ୍ଥିତ ଥିବା ଶିଶୁ ମାନଙ୍କ ସାମଗ୍ରୀକ ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ 06 ଥର ଖାଇବାକୁ ଦେବା ସହ ମା ମାନେ ମଧ୍ୟ ଦିନକୁ 03 ଥର ଖାଇବାକୁ କୁହାଯାଇଛି l ଶିଶୁ ମାନଙ୍କୁ ମାଣ୍ଡିଆ ଖିରି, ଛତୁଆ, ଧୋବଜା ଖିରି, ସୁଜି ଖିରି, ଖେଚୁଡ଼ି ଇତ୍ୟାଦି ପୃଷ୍ଟିକର ଖାଦ୍ୟ ପ୍ରଦାନ କରିଥାନ୍ତି l