ଛତିଶଗଡ଼ ଦନ୍ତେୱାଡାରେ ବଡ଼ ନକ୍ସଲ ଆକ୍ରମଣ, 11 ଯବାନ ସହିଦ

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ  । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର ।  ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ । ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି । ଯବାନମାନେ ନକ୍ସଲ ବିରୋଧୀ ଅପରେଶନରେ ଯାଉଥିଲେ । ଦନ୍ତେୱାଡା ଜିଲ୍ଲା ଅରନପୁର ନିକଟରେ ନକ୍ସଲମାନେ ଆମ୍ବୁଲ ଲଗାଇ ଆକ୍ରମଣ କରିଥିଲେ । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ବି ସୂଚନା ମିଳିଛି ।