ନୂଆଗାଁ ବ୍ଲକ୍ ରେ ୧୫୪ ଜଣ ଛାତ୍ର ଛାତ୍ରୀ ଦେଲେ ନବୋଦୟ ପରୀକ୍ଷା

ନୂଆଗାଁ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଏବଂ ମହିପୁର ପଞ୍ଚାୟତ ରେ ଥିବା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। । ନୂଆଗାଁ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସମୁଦାୟ ୯୬ ଜଣ ନାମପଞ୍ଜୀକୃତ କରିଥିଲେ ସେଠୀମଧ୍ୟରୁ ୧୭ ଜଣ ଅନୁପସ୍ଥିତ ଥିବାବେଳେ ୭୯ ଜଣ ପରୀକ୍ଷା ଦେଇଥିଲେ । ସେହିପରି ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମହିପୁର ପରୀକ୍ଷା କେନ୍ଦ୍ରରେ ୮୫ ଜଣ ନାମ ପଞ୍ଜୀକୃତ କରିଥିବା ବେଳେ ୧୦ ଜଣ ଅନୁପସ୍ଥିତଥିବା ବେଳେ ୭୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ସମାପନ ହୋଇଥିବା ଦୁଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ସୂଚନା ମିଳିଛି।