ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

ବାଲେଶ୍ୱର ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଟ୍ରାନ୍ସଫର୍ମର । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗି କିଛି ସମୟ ଭିତରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । ବିଦ୍ୟୁତ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳି ନଥିଲା । ଶେଷରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ପାୱାର ଗ୍ରୀଡରେ ନିଆଁ ଲାଗିବା କାରଣରୁ ୧୮୦ଟି ଗାଁରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଏହି ଗାଁକୁ ବିଜୁଳି ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା କାରଣରୁ ହନ୍ତସନ୍ତ ହେଉଛନ୍ତି ଲୋକେ ।

Back to top button