ଆରମ୍ଭ ହେଲା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ: ବିମାନବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ରହିବ ୨୦ଟି ରେଳ ଷ୍ଟେସନ୍‌

ଭୁବନେଶ୍ୱରରେ ଆରମ୍ଭ ହେଲା ମେଟ୍ରୋ ରେଳ ପ୍ରକଳ୍ପ । ଦିଲ୍ଲା ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଏହି ରେଳ ପ୍ରକଳ୍ପ ଅରମ୍ଭ ହୋଇଛି ।ପ୍ରଥମେ ବାରଙ୍ଗ ରତାଗଡ଼ରେ ମେଟ୍ରୋ ଡିପୋ କାମ କରାଯାଇଛି । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଭିନ୍ନ ଭିନ୍ନ ପର୍ଯ୍ୟାୟରେ କରାଯାଉଥିଲାବେଳେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ଵର ୬୬ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ,ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳ ପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଭୁବନେଶ୍ଵର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରେନରେ ଯାତ୍ରୀ କ୍ଷମତା ୭୬୫ ରହିଛି । ଏହି ଟ୍ରେନର ଯାତାୟାତ ଦ୍ୱାରା ଲୋକମାନଙ୍କର ଗମନାଗମନରେ ବିଭିନ୍ନ ସୁବିଧା ହେବ ।

Back to top button