ନାଳକୁ ଖସିଲା ‘ମୋ ବସ୍’,୨୦ ଆହତ

ରାସ୍ତାକଡ଼ ନାଳକୁ ଖସିଲା ‘ମୋ ବସ୍ । ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି । ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବା ସମୟରେ ପିତାପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ‘ମୋ ବସ’ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଥାଉ ଯେ, ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ସମୟରେ ହଠାଟ୍ ଭାରସ୍ୟାମ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡିଥିଲା । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତୁରନ୍ତ ସମସ୍ଥ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁତର ମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଯାତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ବେପୁରୁଆ ଗାଡ଼ି ଚଳାଉଥିବାରୁ ବସଟି ଭାରସ୍ୟାମ ହରାଇ ଦୁର୍ଘଟଣା ଘଟିଛି । ମୋ ବସ୍’ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସାମ୍ନାରୁ ଏକ ଅଟୋ ଚାଲିଆସିଥିଲା ଏବଂ ଭାରସ୍ୟାମ ହରାଇ ବସଟି ରାସ୍ତା କଡ଼ରେ ଥିବା ଏକ ନାଳ ଭିତରେ ଖସି ପଡିଥିଲା । ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ନେଇ ସୂଚନା ରହିଛି ।

Back to top button