ଘାଟିରୁ ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ

ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ବଡ ଘାଟି ହରିଡାମୂଳରେ ଏକ ବଡ ଅଘଟଣ ଦେଖିବାକୁ ମିଳିଛି । ୨୦୦ ଫୁଟ ଉଚ୍ଚ ଘାଟିରୁ ଏକ ପେପର ବୋଝେଇ ଟ୍ରକ ଏଲଟି ପଡିଛି । ଫଳରେ ଡ୍ରାଇଭର ଓ ହେଲପରଙ୍କ ଜୀବନ ଅଳ୍ପକେ ବର୍ତି ଯାଇଛି ।

ସୂଚନା ଅନୁସାରେ ଆଜି ଭୋର ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏବଂ ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Back to top button