ଭୁବନେଶ୍ୱରରେ ରୋଡ ସୋ କରି ଶକ୍ତି ଦେଖାଇବେ ନବୀନ

୧୬ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ରୋଡ ସୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ରୋଡ ସୋ ବାହାରି LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ନୂଆସାହି , ବେହେରା ସାହି, ନିକୋ ପାର୍କ ଛକ , ବାୟାବାବା ମଠ ଦେଇ ଜନପଥ ପର୍ଯ୍ୟନ୍ତ ଯିବ ।

ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ ବେଳେ ବ୍ୟାରିକେଡ଼ିଂ କରାଯିବ । ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ ସୋ ବେଳେ ବରିଷ୍ଠ ପୋଲିସ ଅଫିସର ମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବ । ରୋଡ ସୋ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

Back to top button