Breaking News

ଆଜି ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି

 

ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏହା ମକର ସଂକ୍ରାନ୍ତି ଯାଏଁ ଚାଲିବ। ଧନୁ ସଂକ୍ରାନ୍ତିରେ ମହାପ୍ରଭୁଙ୍କ ପାଖରେ ଧନୁ ମୁଆଁ ମଧ୍ୟ ଲାଗିହୋଇଛି। ଏହି ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ପହିଲି ଭୋଗ ନୀତି ପାଇଁ ରବିବାର ରାତି ୨ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ଯାଇଥିଲା। ଶ୍ରୀମନ୍ଦିର କୋଠଘରେ ତିଆରି ହୋଇଥିବା ନୂଆ ଚୁଲିରେ ଭୋଗ ପ୍ରସ୍ତୁତ କରାଯାଇଥିଲା। ଏହାପରେ ସୋମବାର ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢ଼ିବା ପରେ ପହିଲି ଭୋଗ ଲାଗି କରାଯାଇଛି।

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାସକ ପାଇଁ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ପରମ୍ପରା ରହିଛି। ଏହି ସମୟରେ ମାତା ଯଶୋଦା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବଡ଼ ଝିଲ୍ଲି, ଦରସୁଆ ବଡ଼ି, ଦରସୁଆ ଝିଲ୍ଲି, ବଡ଼ବଡା, କାକେରା, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ କରାଯାଇଥାଏ।

ଏହି ମାସରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଜମି ଥାଏ। ଏଥିପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Type and hit Enter to search

Close