ମନ୍ଦିରରେ କଳାକନା ବୁଲାଇଲେ ଚୋର, ହୁଣ୍ଡି ଭାଙ୍ଗି ଲୁଟ
ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ। ରାତି ଅଧରେ ଚାଲୁଛି ଏହି ଲୁଟେରାଙ୍କ ଆତଙ୍କରାଜ। ମନ୍ଦିରକୁ ବି ଛାଡ଼ୁନାହାନ୍ତି ଦୁର୍ବୁତ୍ତ। ପ୍ରତ୍ୟକ ଦିନ କୌଣସି ନା କୌଣସି ମନ୍ଦିରରେ ଲୁଟ କରୁଛନ୍ତି ଦୁର୍ବୁତ୍ତମାନେ। ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା। ସେହିଭଳି ଗୁରୁବାର ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରେ ଚୋର ମାନେ ପଶି କଳା କନା ବୁଲାଇଛନ୍ତି। ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଯିବା ସହ କିଛି ଆସବାସ ପତ୍ରକୁ ମଧ୍ୟ ନେଇ ଯାଇଛନ୍ତି। ତେବେ ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ। ଏହାପରେ ପରିଚାଳନା କମିଟି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି।