ମଧ୍ୟପ୍ରଦେଶର ଜବଲପୁର ୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅର୍ଥାତ୍ ୨୪ ଫେବୃଆରୀରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ଜିପ ଓ ବସ୍ ମୁହାଁମୁହିଁ ଧକ୍କା ହୋଇ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମହାକୁମ୍ଭରୁ କାର୍ରେ ଶ୍ରଦ୍ଧାଳୁମାନେ ପ୍ରୟାଗରାଜରୁ ଜବଲପୁର ଅଭିମୁଖେ ଯାଉଥିବା ବେଳେ ବସ୍ଟି ଜବଲପୁରରୁ କଟନୀ ଯାଉଥିଲା ।
ସୂଚନାନୁଯାୟୀ, ସିହୋରା ଖିତୌଲା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ଜିପଟି ଡିଭାଇଡର୍ରେ ପିଟି ହୋଇ ବିପରୀତ ଦିଗକୁ ପଳାଇଥିଲା । ଦୁର୍ଘଟଣା ପରେ ବସ୍ ଚାଳକ ଗାଡି ସହ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Social Footer