Breaking News

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତିି ରେଖା ଗୁପ୍ତା ।  ୨୭ ବର୍ଷ ପରେ ଜାତୀୟ ରାଜଧାନୀରେ କ୍ଷମତାକୁ ଫେରି ଥିବାରୁ  ଏହା ଦଳ ପାଇଁ ଏକ ଗୌରବର ଦିନ ହୋଇଛି ।  ସୁଷମା  ସ୍ୱରାଜ , ଶିଲା  ଦିକ୍ଷୀତ ଏବଂ ଆତିଶୀଙ୍କ ପରେ ଦିଲ୍ଲୀର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା। ରାମଲୀଲା ମୈଦାନରେ ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । 

ଏହା ସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରବେଶ ବର୍ମା , ଆଶିଷ ସୁଦ, ମନଜିନ୍ଦର ସିଂ ସିରସା , ରବୀନ୍ଦ୍ର ଇନ୍ଦ୍ରରାଜ ସିଂ , କପିଲ ମିଶ୍ର , ପଙ୍କଜ ସିଂ ଶପଥ ନେଇଛନ୍ତି ।  ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହ ମନ୍ତ୍ରୀ ଅମିତ ଶାହ , ଏସ ଜୟଶଙ୍କର , ରାଜନାଥ ସିଂ ଏବଂ ବହୁ ଚର୍ଚ୍ଚିତ ନେତା ଯୋଗଦାନ ଦେଇଥିଲେ । ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ , ଉପ- ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ପ୍ରଥମ ଥର ବିଧାୟକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ରେଖା ଗୁପ୍ତା । ସାଲିମାରାବାଗରୁ ବିଧାୟିକା ଅଛନ୍ତି ରେଖାଗୁପ୍ତା ।

 

Type and hit Enter to search

Close