ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୭ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ବିହାରର ରାଜଧାନୀ ପାଟନା ମସୌର୍ହିର ନୋରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ସ୍ଥାନୀୟ ଏସଡିପିଓଙ୍କ ସୂଚନା ଅନୁସାରେ, ପାଟନା ମସୌର୍ହିର ନୁରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ଧକ୍କା ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଅଟୋ ଓ ଟ୍ରକ ବ୍ରିଜ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଅଟୋରେ ଥିବା ସମସ୍ତେ ଶ୍ରମିକ ହୋଇଥିବା ଜଣାପଡିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ମୃତ ୭ ଜଣଙ୍କର ପରିଚୟ ମିଳି ପାରିନାହିଁ । ଅଟୋରେ ୧୨ରରୁ ଅଧିକ ଲୋକ ଥିଲେ । ଏମାନେ କାମ କରି ଘରକୁ ଫେରୁଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଜମ୍ମୁ କଟରା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତୀର୍ଥଯାତ୍ରୀ ବସ୍‌ଟି ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ବସଟି ଭାରସାମ୍ୟ ହରାଇ ଖସିପଡିଥିଲା । ଏହି ବସରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣାରେ ୧୭ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଜମ୍ମୁ ବସ୍ ଷ୍ଟାଣ୍ଡ ଠାରୁ ୮ କିମି ଦୂର ମାଣ୍ଡା ନିକଟରେ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧା଼ର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।