ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ବାବୁସାନ । ଶ୍ରାଦ୍ଧ ପ୍ରଦାନ ସହ ଉତ୍ତମ ମହାନ୍ତିଙ୍କ ଅସ୍ଥିକୁ ବିସର୍ଜନ କରିବେ ପୁଅ ବାବୁସାନ । ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ଯ ଉପସ୍ଥିତ ଅଛନ୍ତି । ସେହିପରି ଭୁବନେଶ୍ବରରେ ଉତ୍ତମଙ୍କ ସୋମବାର ଦିନ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସୂଚନା ଅନୁସାରେ ରବିବାର ଦିନ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଥିଲେ । କହିରଖୁଛୁ ଯେ, ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।
Social Footer