Breaking News

ବଡ଼ ଦୁର୍ଘଟଣା, କାର ଉପରେ ଗଛ ପଡ଼ିବାରୁ ଚାଲିଗଲା ୬ ଜୀବନ

 

ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ଘଟିଛି । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଧସିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ଗଛ ଉପୁଡ଼ି ଗାଡ଼ି ଉପରେ ପଡିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ପରିଚୟ ଜଣାପଡ଼ି ନାହିଁ । ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି ।

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଟି ଧସିବା ଯୋଗୁଁ କୁଲ୍ଲୁ ଓ ମଣିକର୍ଣ୍ଣକୁ ସଂଯୋଗ କରୁଥିବା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି । ଆହତଙ୍କୁ କୁଲ୍ଲୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ରହିଛି ।

କଂଗ୍ରେସ ବିଧାୟକ ସୁନ୍ଦର ସିଂ ଠାକୁର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମଧ୍ୟରେ ଜଣେ ବେଙ୍ଗାଲୁରୁ ପର୍ଯ୍ୟଟକ ବୋଲି ଜଣାପଡିଛି । ଅନ୍ୟ ୨ ଜଣ କୁଲ୍ଲୁର ସ୍ଥାନୀୟ ନିବାସୀ ବୋଲି ଜଣାପଡିଛି । ଏହି ଘଟଣାରେ ହିମାଚଳର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏବଂ ବିପକ୍ଷ ନେତା ଜୟରାମ ଠାକୁର ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପୀଡିତ ଏବଂ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଦେବାକୁ ଆଦେଶ ମଧ୍ୟ ଦେଇଛନ୍ତି ।

Type and hit Enter to search

Close