ଏସଟିଏଫ୍କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଛି। ଏହାସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା। ଏନେଇ କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଏସଟିଏଫ୍ ଟିମ୍ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା। ଏହି ବେଆଇନ ବନ୍ଧୁକ କାରଖାନାରୁ ୩୦ରୁ ଅଧିକ ବେଆଇନ୍ ବନ୍ଧୁକ ଜବତ କରିଛି ଏସଟିଏଫ। ଏହାସହ ୪ ଜଣଙ୍କୁ ଗିରଫ କରିଛି। ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।