ଭୁବନେଶ୍ୱର ସ୍ଥିତ ସହିଦ ନଗର ଅଞ୍ଚଳରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିବା କାରଣରୁ ପ୍ରବଳ ମାତ୍ରାରେ ଧୂଆଁ ଉଠିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦେଇଥିଲେ। ଏହି ଘଟଣାରେ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଉପକରଣ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି। ଅପରପକ୍ଷରେ କାରଖାନାରେ ତେଲ ଡବା ରହିଥିବାରୁ ନିଆଁର ତୀବ୍ରତା ଅଧିକ ହୋଇଛି। ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।